MORE FROM ODIAPORTAL:
- Odisha Board HSC Matric (10th) and Madhyama Result 2017 — Check Student/School Wise Result
- 2017: List of Present Collectors & Sub-Collectors of all Districts of Odisha
- Download All Traditional Odia Puja, Mela, Vrat Free Odia eBooks (PDF)
- All India Radio (Akashvani), Cuttack - Daily Programme Broadcast Schedule (Time Table)
- Download: 25+ Mehendi Design eBook For Odia Girls and Brides (PDF)
- [PDF] Download Odia "Shiva Tandav Stotram" By Ravana (Odia Text)
ଏ ନିଖୁଣ ଦେହ ଏକ ଟେଲିଭିଜନ
ବିବେକ ସୁଇଚ ତାର ଆଣ୍ଟିନା ମନ ।
ଏକାଗ୍ରତା ବ୍ୟାଟେରୀରେ ଚାଲେ ଧୈର୍ଯ୍ୟ ଖଞ୍ଜାତାରେ
ଭକ୍ତିପର୍ଦା ଗାତ୍ରେ ଚିତ୍ର ପ୍ରତିଫଳନ ।
ଆଣ୍ଟିନା ଥିଲେ ନିର୍ମଳ ଚିତ୍ର ଦିଶେ ସମୁଜ୍ଜଳ
ଆଣ୍ଟିନା ଦୋଷରୁ ତାହା ଅସ୍ପଷ୍ଟ ଜାଣ ।
ଜ୍ଞାନ ଖୁଣ୍ଟେ ଦୃଢ଼କରି ବାନ୍ଧ ଆଣ୍ଟିନାକୁ ଭିଡ଼ି
ନିଷ୍ପନ୍ଦିତ ଆଣ୍ଟିନାର ଅଶେଷ ଗୁଣ ।
ଦେହକୁ ପବିତ୍ର ରଖ ଆଣ୍ଟିନାକୁ ଉର୍ଦ୍ଧ୍ଵେ ଟେକ
କରିବ ଅଧିକ ଚିତ୍ର ନିଶ୍ଚେ ଦର୍ଶନ ।
ଅଦୃଶ୍ୟ ଅରୂପ ଯାହା ପ୍ରଭୁଙ୍କର ଚିତ୍ର ତାହା
ସେ ଚିତ୍ର ଦର୍ଶନ ମାତ୍ରେ ହେବଟି ଧନ୍ୟ ।
ମନସ୍ତତ୍ତ୍ୱ ହେଜି ଅନ୍ଧ ରଚେ ଏ ନିଗୁଢ଼ ଛନ୍ଦ
ଜଣାଇ ଅରୂପାନନ୍ଦେ କୋଟି ପ୍ରଣାମ ।
No comments:
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।