Pakhala or Water Rice is an absolute delight in the scorching summer. As you know, 20th March has been declared as the Universal Pakhala Day. A dedicated day to celebrate the freshness and uniqueness of a typical summer-time Odia cuisine "Pakhala"!
The Bengali name of "Pakhala"dish is Panta Bhat, in Chhattisgarh it's called "Bore Bhat", in Jharkhand it's called Paani Bhat.
Dahi Pakhal with a variety of dishes like Aalu Bharta, Badhi Chura, Macha Bhaja, Chingudi Bhaja, Salad, Baigan Bhaja, Chatu Bara makes your lunch very delightful.
To promote Odia food, 20th March celebrated as ‘The Pakhala Divas’ by Odias worldwide.
The following is an Odia poetry about "Pakhala" and "Pakhala Divas", which I received on WhatsApp today. - Thanks to the poet of this wonderful poetry.
To promote Odia food, 20th March celebrated as ‘The Pakhala Divas’ by Odias worldwide.
The following is an Odia poetry about "Pakhala" and "Pakhala Divas", which I received on WhatsApp today. - Thanks to the poet of this wonderful poetry.
"ପଖାଳ ମହିମା"
ସୁଧିଜନେ ଶୁଣିବା ହେଉ ସ୍ଥିର ଚିତ୍ତେ,
ପଖାଳ ର ମହିମା ଗୁଣ ଏଥୁଅନ୍ତେ।
ସଂସାରର ସବୁଠାରୁ ଦୁର୍ଲଭ ଏ ଖାଦ୍ୟ,
ଥରେ ଯିଏ ଖାଏ ୟାକୁ ପାଏ ତାର ଭେଦ।
ଜମ୍ବୁ ଦ୍ୱୀପ ମଧ୍ୟେ କଳିଙ୍ଗ ନାମେ ରାଜ୍ୟ,
ସେଠାରେ ଉତ୍ପତ୍ତି ଅଟେ ଏହି ଖାଦ୍ୟ।
ରଙ୍ଗ ତାର ସ୍ନିଗ୍ଧ ଅଟେ ବାସ ମନୋହର,
ସ୍ୱାଦ ୟାର ପାଇବାକୁ ଦେବତା ବ୍ୟାକୁଳ।
ପ୍ରସ୍ତୁତି ସହଜ ୟାର ନାହିଁ କିଛି କଷ୍ଟ,
ତେଣୁ ସଭିଙ୍କର ମନ କୁ କରଇ ଉଚ୍ଚାଟ।
ରାତ୍ରି କାଳେ ଅନ୍ନ ରାନ୍ଧି ହାଣ୍ଡିରେ ରଖିବ,
ସେଥିରେ ଅଳ୍ପ ପେଜ ଓ ପାଣି ଦେଇଦେବ।
ସକାଳୁ ଯେହ୍ନେ ହାଣ୍ଡିର ଢ଼ାଙ୍କୁଣା ଖୋଲିବ,
ମହ ମହ ବାସ ତାର ମନ ମୋହିନେବ।
ତା ସଙ୍ଗରେ ଶୁଷ୍କ(ଭଜାଭଜି) ବ୍ୟଞ୍ଜନ ରହିବ,
ତାହାର ମଜା ଆଉ କେ କହି ପାରିବ।
କଦଳି ର ଭଜା ଅବା ହେଉ ଶାଗ ଭଜା,
ବଡ଼ିଚୁରା ସହ ଆଳୁ ଛୁଇଁ ଭଜା ବଡ଼ ମଜା।
ନାନା ଜାତି ଶାଗ ଆମ ରାଇଜରେ ପାଇ,
ଖଡ଼ା, କୋଶିଳା, ଲେଉଟିଆ ଆଉ ରାଇ(ସୋରିଷ)।
ତା ସଙ୍ଗରେ ଯଦି ଅଛି ଖଟା ଓ ଚଟଣୀ,
ଟାକରାଟେ ମାରିଦେଲେ ପାଟିରୁ ଆସେ ପାଣି।
କଇଁଥ ଚଟଣି ଆଉ ପୋଦିନା ଚଟଣି,
ପାଚେଡ଼ି, ଆମ୍ବୁଲ ରାଇ ମନ ନିଏ କିଣି।
ଏ ତ ଗଲା ନିରାମିଶ ଭକ୍ଷୀଙ୍କର କଥା,
ଆମିଷ ପ୍ରେମୀଙ୍କ ପାଇଁ ଅଛି ହୋଇ ସଜା।
ତାମ୍ପଡ଼ା, ଖାରିପାଣିଆ ଶୁଖୁଆ ହୋଇଲେ,
ଚୁନାମାଛ ପତ୍ରପୋଡ଼ା କୁ ହେଜୁଥାଅ ଭଲେ।
ଅତ୍ୟନ୍ତ ସ୍ୱାଦିଷ୍ଟ ଅଟେ ଏସବୁ ବ୍ୟଞ୍ଜନ,
ଏହାକୁ ଚାଖିବାକୁ ସଭିଙ୍କର ମନ।
ବାପଘରୁ ଶାଶୁଘର ଯିବାର ଆଗରୁ,
ତୋରାଣୀଖିଆ କନ୍ୟାର ହୁଏଯେ ସୁଚାରୁ।
ପଖାଳ ର ଏହି ପ୍ରଧାନ୍ୟକୁ ଦେଖି,
ପଖାଳଖିଆ ବିଧି କେହି ସମାଜେ ଅଛି ରଖି।
ମରଦ ମିଣିପି ଉଭୟ ପଖାଳ ଖିଆ ପରେ,
ପରିପୂର୍ଣ୍ଣ ରୂପ ଲଭନ୍ତି ସଂସାରେ।
କହିଲେ ଏପ୍ରକାର ଆଉ କେଉଁ ଖାଦ୍ୟର ମହିମା,
ମଣିଷ ର ଜୀବନରେ ଅଛି ଜଣାଶୁଣା।
ଜଗତ ଜାଣିଲା ପରେ ଏସବୁ ବିଶେଷ,
ଏବେ ପାଳୁଅଛି ପୁଣି ପଖାଳ ଦିବସ।
ମାର୍ଚ୍ଚ ୨୦ ଅଟେ ପଖାଳ ଦିବସ,
ପାଳି ତାକୁ ସମସ୍ତ ଜନ ହ୍ୱନ୍ତି ତୋଷ।
ଯେଉଁ ଜନ ଏହି ଦିବସ ନ ପାଳେ,
ନର୍କ ଭୋଗୁଥାଏ ସେହୁ କାଳେ କାଳେ।
ପଖାଳ ର ମହିମା ଗୁଣ ଏଥୁଅନ୍ତେ।
ସଂସାରର ସବୁଠାରୁ ଦୁର୍ଲଭ ଏ ଖାଦ୍ୟ,
ଥରେ ଯିଏ ଖାଏ ୟାକୁ ପାଏ ତାର ଭେଦ।
ଜମ୍ବୁ ଦ୍ୱୀପ ମଧ୍ୟେ କଳିଙ୍ଗ ନାମେ ରାଜ୍ୟ,
ସେଠାରେ ଉତ୍ପତ୍ତି ଅଟେ ଏହି ଖାଦ୍ୟ।
ରଙ୍ଗ ତାର ସ୍ନିଗ୍ଧ ଅଟେ ବାସ ମନୋହର,
ସ୍ୱାଦ ୟାର ପାଇବାକୁ ଦେବତା ବ୍ୟାକୁଳ।
ପ୍ରସ୍ତୁତି ସହଜ ୟାର ନାହିଁ କିଛି କଷ୍ଟ,
ତେଣୁ ସଭିଙ୍କର ମନ କୁ କରଇ ଉଚ୍ଚାଟ।
ରାତ୍ରି କାଳେ ଅନ୍ନ ରାନ୍ଧି ହାଣ୍ଡିରେ ରଖିବ,
ସେଥିରେ ଅଳ୍ପ ପେଜ ଓ ପାଣି ଦେଇଦେବ।
ସକାଳୁ ଯେହ୍ନେ ହାଣ୍ଡିର ଢ଼ାଙ୍କୁଣା ଖୋଲିବ,
ମହ ମହ ବାସ ତାର ମନ ମୋହିନେବ।
ତା ସଙ୍ଗରେ ଶୁଷ୍କ(ଭଜାଭଜି) ବ୍ୟଞ୍ଜନ ରହିବ,
ତାହାର ମଜା ଆଉ କେ କହି ପାରିବ।
କଦଳି ର ଭଜା ଅବା ହେଉ ଶାଗ ଭଜା,
ବଡ଼ିଚୁରା ସହ ଆଳୁ ଛୁଇଁ ଭଜା ବଡ଼ ମଜା।
ନାନା ଜାତି ଶାଗ ଆମ ରାଇଜରେ ପାଇ,
ଖଡ଼ା, କୋଶିଳା, ଲେଉଟିଆ ଆଉ ରାଇ(ସୋରିଷ)।
ତା ସଙ୍ଗରେ ଯଦି ଅଛି ଖଟା ଓ ଚଟଣୀ,
ଟାକରାଟେ ମାରିଦେଲେ ପାଟିରୁ ଆସେ ପାଣି।
କଇଁଥ ଚଟଣି ଆଉ ପୋଦିନା ଚଟଣି,
ପାଚେଡ଼ି, ଆମ୍ବୁଲ ରାଇ ମନ ନିଏ କିଣି।
ଏ ତ ଗଲା ନିରାମିଶ ଭକ୍ଷୀଙ୍କର କଥା,
ଆମିଷ ପ୍ରେମୀଙ୍କ ପାଇଁ ଅଛି ହୋଇ ସଜା।
ତାମ୍ପଡ଼ା, ଖାରିପାଣିଆ ଶୁଖୁଆ ହୋଇଲେ,
ଚୁନାମାଛ ପତ୍ରପୋଡ଼ା କୁ ହେଜୁଥାଅ ଭଲେ।
ଅତ୍ୟନ୍ତ ସ୍ୱାଦିଷ୍ଟ ଅଟେ ଏସବୁ ବ୍ୟଞ୍ଜନ,
ଏହାକୁ ଚାଖିବାକୁ ସଭିଙ୍କର ମନ।
ବାପଘରୁ ଶାଶୁଘର ଯିବାର ଆଗରୁ,
ତୋରାଣୀଖିଆ କନ୍ୟାର ହୁଏଯେ ସୁଚାରୁ।
ପଖାଳ ର ଏହି ପ୍ରଧାନ୍ୟକୁ ଦେଖି,
ପଖାଳଖିଆ ବିଧି କେହି ସମାଜେ ଅଛି ରଖି।
ମରଦ ମିଣିପି ଉଭୟ ପଖାଳ ଖିଆ ପରେ,
ପରିପୂର୍ଣ୍ଣ ରୂପ ଲଭନ୍ତି ସଂସାରେ।
କହିଲେ ଏପ୍ରକାର ଆଉ କେଉଁ ଖାଦ୍ୟର ମହିମା,
ମଣିଷ ର ଜୀବନରେ ଅଛି ଜଣାଶୁଣା।
ଜଗତ ଜାଣିଲା ପରେ ଏସବୁ ବିଶେଷ,
ଏବେ ପାଳୁଅଛି ପୁଣି ପଖାଳ ଦିବସ।
ମାର୍ଚ୍ଚ ୨୦ ଅଟେ ପଖାଳ ଦିବସ,
ପାଳି ତାକୁ ସମସ୍ତ ଜନ ହ୍ୱନ୍ତି ତୋଷ।
ଯେଉଁ ଜନ ଏହି ଦିବସ ନ ପାଳେ,
ନର୍କ ଭୋଗୁଥାଏ ସେହୁ କାଳେ କାଳେ।
No comments:
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।